ନୂଆଦିଲ୍ଲୀ,୨୨/୦୫: ୨୦୨୦ ଦଙ୍ଗା ମାମଲାରେ ଜେଲରେ ଥିବା ଜେଏନ୍ୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦକୁ ଦିଲ୍ଲୀ ହାଇକୋର୍ଟରୁ ତିନିଦିନିଆ ଅନ୍ତରୀଣ ଜାମିନ୍ ମିଳିଛି । ଖାଲିଦକୁ ତାଙ୍କ ମା’ଙ୍କ ସର୍ଜରୀ ପାଇଁ ଜୁନ୍ ୧ ତାରିଖରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରୁ ଜାମିନ୍ ମିଳିଛି । ମେ ୧୯ରେ ଏକ ଟ୍ରାଏଲ୍ କୋର୍ଟ ଖାଲିଦର ଅନ୍ତରୀଣ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲା। ପରେ ସେ ୨୨ ମେ ରୁ ୫ ଜୁନ୍ ପର୍ଯ୍ୟନ୍ତ ୧୫ ଦିନର ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେ ନିଜ ମୃତ ସମ୍ପର୍କୀୟଙ୍କ ଚେହଲୁମ୍ ସମାରୋହରେ ଯୋଗଦେବା ଓ ଜୁନ୍ ୨ ରେ ତାଙ୍କ ୬୨ ବର୍ଷୀୟ ମା’ଙ୍କର ସର୍ଜରୀ ପରବର୍ତ୍ତୀ ଯତ୍ନ ନେବା ପାଇଁ ଜାମିନ ଆବେଦନ କରିଥିଲେ। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଉମର ଖାଲିଦଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଜୁନ୍ ୧ ତାରିଖ ସକାଳ ୭ଟାରୁ ଜୁନ୍ ୩ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୈଧ ରହିବ ।