ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଥମିଲା ଉଦ୍ଧାର ଅଭିଯାନ, ନିଖୋଜଙ୍କ ହେବ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର !

ଭୁବନେଶ୍ୱର, ୦୪/୧୧: ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ତିନି ଦିନ ଖୋଜାଖୋଜି ପରେ ମଧ୍ୟ ନିଖୋଜଙ୍କ ପତ୍ତା ମିଳିନଥିବାରୁ ଖୋଜାଖୋଜିକୁ ସାମୟିକ ସ୍ଥଗିତ ରଖାଯାଇଛି । ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବ ଓ ପୁଣି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ପ୍ରଶାସନ । କନ୍ଧମାଳ ଜିଲ୍ଲା ସୀମାନ୍ତ ଗଞ୍ଜାମର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଦୁର୍ଗମ ଗିଡ଼ିପାବାଲି ଗାଁ ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି । ଏହି ବିପର୍ଯ୍ୟୟରେ ୧୩ ଜଣ ନିଖୋଜ ହୋଇଥିବା ବେଳେ ୬ରୁ ଅଧିକ ଟିମ୍‌ ତିନି ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏହା ମଧ୍ୟରେ ୨ ଜଣଙ୍କୁ ମାଟି ଓ ପଥର ଗଦା ତଳୁ ଉଦ୍ଧାର କରାଯାଇଛି। ହେଲେ ଏବେ ବି ୧୧ ଜଣଙ୍କ ପତ୍ତା ମିଳିନାହିଁ ।ଚତୁର୍ଥ ଦିନରେ ମଧ୍ୟ ଉଦ୍ଧାର ଅଭିଯାନକୁ ସଫଳତା ମିଳିନଥିଲା ।  ନିଖୋଜଙ୍କ ପାଇଁ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *