ଭୁବନେଶ୍ୱର, ୨୨/୦୪:ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମା’ ସିଂହାସନୀ ପୀଠ ଅଭିମୁଖେ ଅଗ୍ରସର ହେଉଥିବା ଶ୍ରଦ୍ଧାଳୁମାନଙ୍କର ଅଟୋକୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଛି। ବସର ଚାଳକ ଭାରସାମ୍ୟ ହରାଇଥିବାରୁ ଅଟୋକୁ ଘୋଷାଡ଼ି ନେଇ ଗଛରେ ପିଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ଶିଶୁ ସମତେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଆଜି ସକାଳୁ ଗଂଜାମ ଜିଲ୍ଲା ଚିକିଟି ବ୍ଲକର କେ ନୂଆଗାଁ ଥାନା ଅଧୀନ ଏରେଣ୍ଡ୍ରା ଗ୍ରାମରୁ ପ୍ରାୟ ୧୦ ଜଣ ଶ୍ରଦ୍ଧାଳୁ ପୋଲସରା ଥାନା ଅଧୀନ ସିଂହାସନୀ ପୀଠକୁ ଯାଉଥିଲେ। ପୁରୁଷୋତ୍ତମପୁର ଥାନା ଅଧିନ ଲଡକାପଲ୍ଲୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ ପଛ ପଟୁ ଆସି ଅଟୋକୁ ପ୍ରଥମେ ଧକ୍କା ଦେଇଥିଲା। ତାପରେ ଏହାକୁ ଘୋଷାଡ଼ି ନେଇ ଗଛରେ ପିଟିଥିଲା।