ଭୁବନେଶ୍ୱର,୨୧/୦୩: ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ହେବ ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା। ରତ୍ନଭଣ୍ଡାରରେ ଅଳଙ୍କାର ଗଣତିମଣତି ପୂର୍ବରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ଦିନ ୧୨ଟା ୯ ମିନିଟରୁ ଗୋଟାଏ ୪୫ ମଧ୍ୟରେ ହେବ। ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ । ଗଣତି ମଣତି ସମୟରେ କେବଳ ପାଳିଆ ସେବାୟତ ହିଁ ଶ୍ରୀମନ୍ଦିରକୁ ଭିତରକୁ ପ୍ରବେଶ କରିବେ। ନୀତିକାନ୍ତିକୁ ଆଖି ଆଗରେ ରଖି ଗଣତି ପ୍ରକ୍ରିୟା କରାଯିବ ।