ଭୁବନେଶ୍ୱର,୨୧/୦୩: ଖସିଲା ସୂନା ଦର। ୧୯୮୩ ପରଠାରୁ ସୁନାର ମୂଲ୍ୟ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ୧୦%ରୁ ଅଧିକ ଖସି ୪,୫୦୦ ଡଲାର ତଳକୁ ଆସିଛି। ଶୁକ୍ରବାର ପ୍ରତି ଆଉନ୍ସ ସୁନାର ମୂଲ୍ୟ ୪ ହଜାର ୪୭୭ରୁ ୪,୭୩୫.୮୧ ଡଲାର ମଧ୍ୟରେ ରହିଥିଲା। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସୁନାର ମୂଲ୍ୟରେ ବଡ଼ ହ୍ରାସ ଘଟିଛି । ଜାନୁଆରୀ ୨୮ରେ ସୁନାର ମୂଲ୍ୟ ପ୍ରତି ଆଉନ୍ସ ୫,୫୮୯ ଡଲାରର ସର୍ବକାଳୀନ ରେକର୍ଡ କରିଥିଲା। ମାର୍ଚ୍ଚ ୨୦ ସୁଦ୍ଧା ଏହା ୪,୫୫୧ ଡଲାର ପର୍ଯ୍ୟନ୍ତ ଖସିଛି। ଏହା ଦୁଇ ମାସରୁ କମ୍ ସମୟ ମଧ୍ୟରେ ପ୍ରାୟ ୧୮.୫% ହ୍ରାସ ଏବଂ ଏହା ଏବେ ମଧ୍ୟ ତଳକୁ ଯାଉଛି। ସୁନା ଦର ୨୦୨୫ରେ ୬୫% ବୃଦ୍ଧି ପାଇଥିଲା ।