ନୂଆଦିଲ୍ଲୀ,୨୫/୦୫: ଆଜି ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨.୭୧ ଟଙ୍କା ବୃଦ୍ଧି ପାଇଛି । ଗତ ୧୦ ଦିନ ମଧ୍ୟରେ ଏହା ପେଟ୍ରୋଲ ଏବଂ ଡିଜେଲର ଏହା ଚତୁର୍ଥ ବୃଦ୍ଧି । ଦୀର୍ଘ ଦିନ ପରେ ତେଲ ମୂଲ୍ୟରେ ପ୍ରଥମ ବୃଦ୍ଧି ମେ’ ୧୫ ତାରିଖରେ ହୋଇଥିଲା। ସେବେଠାରୁ, ପେଟ୍ରୋଲ ୭.୩୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୭.୮୨ ମହଙ୍ଗା ହୋଇଛି ।ଆହୁରି ମୂଲ୍ୟ ବୃଦ୍ଧି ହେବ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ତୈଳ ଅଧିକାରୀମାନେ କହିଛନ୍ତି ଯେ, ଏହି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ଏବଂ ଟଙ୍କାର ଅବମୂଲ୍ୟାୟନ ଯୋଗୁଁ ଆମଦାନି ଖର୍ଚ୍ଚ ବୃଦ୍ଧି ।