ଭୁବନେଶ୍ୱର,୩/୧୧: ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଘର ଘର ବୁଲି ଲୋକଙ୍କୁ ୪୦ଟି ପ୍ରଶ୍ନ ପଚାରିବେ ଅଧିକାରୀ । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ଜାନୁଆରୀ ୧୦ରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ଏଥର ପ୍ରଥମ ଥର ପାଇଁ ଡିଜିଟାଲ୍ ମାଧ୍ୟମରେ ହେବ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ସଂଗ୍ରହ ହେବ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ।
ଜାନୁଆରୀ ୨୫ରୁ ଫେବୃଆରୀ ୨୮ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଜନଗଣନା ଅଧିକାରୀ । ଏଥର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଚରାଯିବ ପ୍ରାୟ ୪୦ଟି ପ୍ରଶ୍ନ । ପ୍ରଥମ ଥର ପାଇଁ ଡିଜିଟାଲ୍ ଜନଗଣନା ହେଉଥିବାରୁ ଏଥିପାଇଁ ଅଧିକାରୀଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ଏବେ ମାଷ୍ଟର ଟ୍ରେନରମାନଙ୍କୁ ଟ୍ରେନିଂ ଦିଆଯାଉଛି । ଆସନ୍ତା ଏପ୍ରିଲ୍ ମାସ ସୁଦ୍ଧା ଜନଗଣନା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି ।