ଭୁବନେଶ୍ୱର,୦୭/୦୫: ଜୟପୁର ସହରରେ ଆଜି ବି ତେଲର ସଙ୍କଟ ରହିଛି । ଏପରି କି ଆଜି ଡିଜେଲ ମିଳୁନାହିଁ । ଗାଡ଼ି ସବୁ ଚାଲୁନାହିଁ ବୋଲି କହିଛନ୍ତି ଗାଡ଼ି ମାଲିକ । କମ୍ ପରିମାଣରେ ତେଲ ମିଳୁଥିବାରୁ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଭିଡ଼ ଜମୁଛି । କର୍ମଚାରୀ କହୁଛନ୍ତି ତେଲ କମ୍ ଆସୁଥିବାରୁ ସମସ୍ତଙ୍କୁ ଅଳ୍ପ ଅଳ୍ପ କରି ଦେବାକୁ ପଡୁଛି କିନ୍ତୁ ଗ୍ରାହକ ଅଧିକା ମାଗୁଛନ୍ତି । ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ୍ ପଡ଼ିଛି,ଯାହା ଗୋଟିଏ କି ଦୁଇଟି ପେଟ୍ରୋଲ ପମ୍ପରେ ତେଲ ରହିଛି ସେଠାରେ ତେଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଡିଜେଲ ପମ୍ପ ବନ୍ଦ୍ ପଡ଼ିଥିବାବେଳେ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।