ଉତ୍ତର ପ୍ରଦେଶରେ ଡଙ୍ଗା ବୁଡି ୩ମୃତ, ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ,୦୭/୦୫: ଉତ୍ତର ପ୍ରଦେଶର ହମିର୍‌ପୁର ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ନେଇ ଯାଉଥିବା ଡଙ୍ଗା ବୁଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ୩ ଜଣ ଶିଶୁ ନିଖୋଜ ଅଛନ୍ତି । ଡଙ୍ଗା ଓଲଟି ପଡ଼ିବା ଯୋଗୁ ୬ ଜଣ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପ୍ରବଳ ବର୍ଷା ଯୋଗୁ ତଲାସୀ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ଜଣେ ମହିଳା ଓ ଦୁଇଜଣ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି ।ସୂଚନା ଅନୁସାରେ, ବିବାହ ଭୋଜି ଖାଇବାକୁ ସମସ୍ତେ ନଦୀ ପାର ହୋଇ ଯାଇଥିଲେ। ଫେରିବା ସମୟରେ ମଝି ନଈରେ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟମାନେ ନିଖୋଜ ହୋଇଯାଇଥିଲେ। ପୁଲିସ ଓ ପ୍ରଶାସନ ଖବର ପାଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଳାଇଥିଲେ ମଧ୍ୟ ୩ ଶିଶୁଙ୍କୁ ଉଦ୍ଧାର କରାଯାଇପାରିନି ।