ଭୁବନେଶ୍ୱର,୩୦/୦୩: ସାଂସଦଙ୍କ ମନ୍ତବ୍ୟକୁ ନେଇ ମୁଁ ଆଶ୍ଚର୍ଯ୍ୟ କହିଲେ ନବୀନ ପଟ୍ଟନାୟକ । ନିଶିକାନ୍ତ ଦୁବେ ମାନସିକ ରୋଗ ଡାକ୍ତରଙ୍କୁ ଦେଖାନ୍ତୁ ବୋଲି କହିଛନ୍ତି ନବୀନ । ଏପଟେ ମନୋରମା ମହାନ୍ତିଙ୍କ ବାସଭବନରେ ପଶି ଆକ୍ରମଣକୁ ନିନ୍ଦା କଲେ ନବୀନ । କହିଲେ ଏହା ଅଗାଣତାନ୍ତ୍ରିକ । ଏପରି ସ୍ଥିତିରେ କଣ ଗଣତନ୍ତ୍ର ତାହା ଜଣାପଡୁଛି । ଗତକାଲି ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଇଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ବିଜୁ ବାବୁଙ୍କ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ମନ୍ତବ୍ୟକୁ ଖଣ୍ଡନ କରିବା ସହ ଏହାର ପ୍ରତିବାଦରେ ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ସେହିପରି ବିଜୁ ଏବଂ ନେହରୁଙ୍କୁ ସିଆଇଏ ସହ ଯୋଡିଛନ୍ତି ନିଶିକାନ୍ତ ଦୁବେ । ଯାହାକୁ ନେଇ ରାଜନୀତି ତୀବ୍ର ହୋଇଛି । ରାସ୍ତାକୁ ଓହ୍ଲାଇଛି ବିଜୁ ଛାତ୍ର ସଙ୍ଘ । ନିଶିକାନ୍ତ ଦୁବେ କ୍ଷମା ମାଗିବା ନେଇ ଉଠିଲା ନାରା ।