ନୂଆଦିଲ୍ଲୀ,୩୦/୦୩: ଦିନରେ ଅସହ୍ୟ ଗରମକୁ, ଅପରାହ୍ଣରେ କାଳବୈଶାଖୀର ତାଣ୍ଡବ। ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ପଶ୍ଚିମ ଓଡ଼ିଶାରେ ତାତିର ତାଉ ଦେଖିବାକୁ ମିଳିଛି। ବିଶେଷକରି ଟିଟିଲାଗଡ଼ରେ ୪୦ ଡିଗ୍ରି ଛୁଇଁଲାଣି ତାତି । ଆଗକୁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ୩ ସହରରେ ୩୯ ଡିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ରେ ପାରଦ ୪୦ ଡିଗ୍ରି ଟପିଛି। ବର୍ଦ୍ଧିତ ତାପମାତ୍ରାକୁ ନେଇ ୨ ଦିନ ମଧ୍ୟରେ ତାପମାତ୍ରା ୪୨ ଡିଗ୍ରି ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। କାରଣ ୪୦ ଡିଗ୍ରୀ ଉପରେ ବର୍ତ୍ତମାନର ତାପମାତ୍ରା ରହିଥିବା ବେଳେ ଆଗାମୀ ୨ ଦିନରେ ଦିନର ଏହା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି।ଅନ୍ୟପଟରେ କାଳବୈଶାଖୀ ପ୍ରଭାବରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସହ କୁଆପଥର ବର୍ଷା ହୋଇଛି।