ନୂଆଦିଲ୍ଲୀ,୦୪/୦୬: ଜାତିସଂଘ ସୁରକ୍ଷା ପରିଷଦରୁ ବିଦା ହେଲା ପାକିସ୍ତାନ । କିର୍ଗିଜସ୍ତାନ ପ୍ରଥମ ଥର ପାଇଁ ହେଲା ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହୋଇଛି । ଅଷ୍ଟ୍ରିଆ, ପର୍ତ୍ତୁଗାଲ, ତ୍ରିନିଦାଦ, ଟୋବାଗୋ ଏବଂ ଜିମ୍ବାୱେ ମଧ୍ୟ ଦୁଇବର୍ଷ ସଦସ୍ୟ ରହିବେ । ଜାତିସଂଘ ସୁରକ୍ଷା ପରିଷୟରେ ପାକିସ୍ତାନର କାର୍ଯ୍ୟକାଳ ଚଳିତବର୍ଷ ଶେଷ ହେଉଛି । ପାକିସ୍ତାନ ଜାଗାରେ କିର୍ଗିଜସ୍ତାନର କାର୍ଯ୍ୟକାଳ ୨୦୨୭ ଜାନୁଆରି ପହିଲାରୁ ଆରମ୍ଭ ହେବ । କିର୍ଗିଜସ୍ତାନ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହିବ । ଜାତିସଂଘ ସୁରକ୍ଷା ପରିଷଦର ମୋଟ୍ ୧୫ ଜଣ ସଦସ୍ୟ ଅଛନ୍ତି । ବ୍ରିଟେନ, ଚୀନ୍, ଫ୍ରାନ୍ସ, ରୁଷ ଏବଂ ଆମେରିକା ପାଞ୍ଚଟି ଦେଶ ସ୍ଥାୟୀ ସଦସ୍ୟ ଥିବା ବେଳେ ବାକି ୧୦ଟି ଆସନ ଅସ୍ଥାୟୀ ସଦସ୍ୟ ।