ପୁରୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୪/୦୬: ପୁରୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନରେ ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଓ ରଣନୀତିକୁ ୧୧ଟି ଦେଶର ପ୍ରତିନିଧିଙ୍କ ସହ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିପର୍ୟ୍ୟୟ ଆଶଙ୍କା ହ୍ରାସ ଗ୍ରୁପ୍ ବୈଠକର ଟେକ୍ନିକାଲ୍ ସେସନ୍ ଉଦଘାଟନ କରି, ବିପର୍ୟ୍ୟୟ ପରିଚାଳନା ପାଇଁ ଏକ ବିଶ୍ବସ୍ତରୀୟ ଫ୍ରେମୱାର୍କ କରିବାରେ ପୁରୀ ଅଧିବେଶନ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୧୯୯୯ ମହାବାତ୍ୟା ପରଠୁ ଓଡ଼ିଶା ଲେଖିଥିଲା ବିପର୍ୟ୍ୟୟ ପରିଚାଳନାର ନୂଆ ଅଧ୍ୟାୟ । ପ୍ରତିବର୍ଷ ବାତ୍ୟାର ପ୍ରକୋପ ସହୁଥିଲେ ବି, ପାଦେ ପାଦେ ଆଗକୁ ବଢ଼ି କିପରି ଆମ ରାଜ୍ୟ ଏକ ବିଶ୍ୱସ୍ତରୀୟ ବିପର୍ୟ୍ୟୟ ପରିଚାଳନା ମଡେଲ୍ ପ୍ରସ୍ତୁତ କରିପାରିଛି, ଏହାକୁ ବ୍ରିକ୍ସ ରାଷ୍ଟ୍ରସମୂହ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ‘ବିପର୍ୟ୍ୟୟ ଆଶଙ୍କା ହ୍ରାସ ଗ୍ରୁପ’ ବୈଠକର ଟେକ୍ନିକାଲ ସେସନ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି- ଓଡ଼ିଶାର ବିପର୍ୟ୍ୟୟ ପରିଚାଳନା ମଡେଲ ‘ଶୂନ୍ୟ ମୃତ୍ୟୁ’ ନୀତି ଉପରେ ଆଧାରିତ। ପୂର୍ବ ପ୍ରସ୍ତୁତି, ଆଗୁଆ ସୂଚନା, ଭିତ୍ତିଭୂମି ଓ ଗୋଷ୍ଠୀ ସହଭାଗିତା ଉପରେ ଦିଆଯାଉଛି ଗୁରୁତ୍ୱ ।

Leave a Reply

Your email address will not be published. Required fields are marked *