ନୂଆଦିଲ୍ଲୀ,୦୫/୦୬: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ (IMD) ଘୋଷଣା କରିଛି । ସାଧାରଣତଃ, ମୌସୁମୀ ଜୁନ୍ ୧ ତାରିଖ ପାଖାପାଖି କେରଳରେ ପହଞ୍ଚିଥାଏ, ଯାହା ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁ (ଜୁନ୍-ସେପ୍ଟେମ୍ବର) ଆରମ୍ଭକୁ ଚିହ୍ନିତ କରିଥାଏ କିନ୍ତୁ ଏଥର ବିଳମ୍ବରେ ଆସିଲା ମୌସୁମୀ । IMD ପୂର୍ବରୁ କହିଥିଲା ଯେ କେରଳରେ ମୌସୁମୀ ବାୟୁ ୨୬ ମେ ରେ ଛୁଇଁବ କିନ୍ତୁ, ଏହା ବିଳମ୍ବ ହୋଇଥିଲା । IMD ର ପୂର୍ବାନୁମାନ ଅନୁସାରେ ଭାରତରେ ଏହି ବର୍ଷ ଦୀର୍ଘକାଳୀନ ହାରାହାରି (LPA) ର ୯୦% ଦେଖିବାକୁ ମିଳିବ । କେରଳ ଛୁଇଁବାର ସାତ ଦିନ ମଧ୍ୟରେ ଓଡ଼ିଶା ଛୁଇଁବାର ଆଶଂକା ଥାଏ ।