ଉତ୍କଳ ବିଶ୍ବବିଦ୍ୟାଳୟରେ ଜଣ୍ଡିସ୍ ଓ ଝାଡ଼ାବାନ୍ତି ଆତଙ୍କ, ମିଡ୍ ସେମିଷ୍ଟର ପରୀକ୍ଷା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ

ଭୁବନେଶ୍ୱର,୦୩/୧୧: ଉତ୍କଳ ବିଶ୍ବବିଦ୍ୟାଳୟରେ ଜଣ୍ଡିସ୍ ଓ ଝାଡ଼ାବାନ୍ତି ଆତଙ୍କ। ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ । ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ ହଷ୍ଟେଲ ୬ ଆଉ ୭ ରେ ଜଣ୍ଡିସ ଓ ଝାଡ଼ାବାନ୍ତି ବ୍ୟାପିଛି । ଯାହା ଫଳରେ ଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତକାଲି ହଷ୍ଟେଲର ଛାତ୍ରୀମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି । ହଷ୍ଟେଲରେ ବ୍ୟବହୃତ ହେଉଥିବା ପିଇବା ପାଣିକୁ ମଧ୍ୟ ଟେଷ୍ଟିଙ୍ଗ ପାଇଁ ନିଆଯାଇଛି । ଏପରିକି ପିଇବା ପାଇଁ ବାହାରୁ ପାଣି ବୋତଲ କିଣୁଛନ୍ତି ଛାତ୍ରୀ। ବାହାର ଖାଇବା ଉପରେ ହଷ୍ଟେଲ ଅନ୍ତେବାସୀ ନିର୍ଭର କରୁଥିବାରୁ ଜଣ୍ଡିସ୍ ଭୟ ରହଥିବା କହିଛନ୍ତି ଛାତ୍ରୀ। କ୍ୟାମ୍ପସରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍, ଫାର୍ମାସୀ ଏବଂ ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି । ହଷ୍ଟେଲଗୁଡ଼ିକୁ ୧ ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଛାତ୍ରୀମାନଙ୍କୁ ଫୁଟା ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଟି ମହିଳା ହଷ୍ଟେଲରେ ଛାତ୍ରୀମାନେ ଝାଡାବାନ୍ତି ଏବଂ ଜଣ୍ଡିସ ଆକ୍ରାନ୍ତ ହେବା ପରେ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଛି । ଏ ସମ୍ପର୍କରେ ପିଜି କାଉନସିଲ ଚେୟାରମ୍ୟାନଙ୍କ ଅଫିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *