ନୂଆଦିଲ୍ଲୀ,୧୯/୦୫: ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ୩ ଜଣ ନୂଆ ମୁହଁ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇଛନ୍ତି ।
ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଘରୋଇ ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଦଳ ଘୋଷଣା କରାଯାଇଛି । ଆସନ୍ତା ଜୁନ୍ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ରେ ଗୋଟିଏ ଟେଷ୍ଟ ଏବଂ ତିନୋଟି ଦିନିକିଆ (ODI) ମ୍ୟାଚ୍ ଖେଳାଯିବ । ୨୦୨୭ ବିଶ୍ୱକପ୍କୁ ନଜରରେ ରଖି ଏହି ସିରିଜ୍ ପାଇଁ ଦଳରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି ।
ଶୁବମନ ଗିଲ୍ (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଯଶସ୍ୱୀ ଜସୱାଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କଲ, ରିଷଭ ପନ୍ତ (ୱିକେଟକିପର), ଧ୍ରୁବ ଜୁରେଲ (ୱିକେଟକିପର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ମାନବ ସୁଥାର, ଗୁରନୁର ବ୍ରାର, ହର୍ଷ ଦୁବେ।