ନୂଆଦିଲ୍ଲୀ,୧୭/୦୪: ମହିଳା ସଂରକ୍ଷଣ ସହିତ ଜଡିତ ତିନୋଟି ବିଲ୍ ଉପରେ ସଂସଦରେ ଗୁରୁବାର ରାତି ୧ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଏହାପରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ। ଫଳସ୍ୱରୂପ ସଂସଦ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର ନିୟମ ଏପ୍ରିଲ ୧୬ ତାରିଖରୁ କାର୍ଯ୍ୟକାରୀ ହୋଇଛି। ସୂଚନାଯୋଗ୍ୟ, ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ଓ ପୁନଃ ସୀମାନିର୍ଦ୍ଧାରଣ ବିଲ୍ ଉପରେ ଜୋରଦାର ବିତର୍କ ହୋଇଥିଲା। ଶୁକ୍ରବାର ଅପରାହ୍ଣ ୪ଟାରେ ମହିଳା ସଂରକ୍ଷଣ ବିଲ ଉପରେ ଭୋଟିଂ ମଧ୍ୟ ହେବ। ଇତିମଧ୍ୟରେ ମହିଳା ସଂରକ୍ଷଣ ଅଧିନିୟମ ୨୦୨୩ ଲାଗୁ ହୋଇଯାଇଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ତେବେ ସଂସଦରେ ଏହି ଆଇନରେ ସଂଶୋଧନ ଉପରେ ବିତର୍କବେଳେ ଏହାକୁ ୧୬ ଏପ୍ରିଲରୁ ଲାଗୁ କରିବାକୁ ଅଧିସୂଚନା କାହିଁକି ଜାରି କରାଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।