ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ, ଏକାଠି ହେଲେ ବିଜୁ ଲିଗାସି

ଭୁବନେଶ୍ୱର,୧୭/୦୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭୁବନେଶ୍ୱରରେ ବିଜୁ ଲିଗାସିର ପାୱାର ସୋ ଦେଖିବାକୁ ମିଳିଛି । ବିଜୁ ଲିଗାସି ମଞ୍ଚରେ ଶକ୍ତି ପ୍ରଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ସ୍ଵର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଅମର ଗାଥା ମନେ ପକାଇବାକୁ ଏକ ପ୍ରୟାସ କରାଯାଇଛି । ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଓୟୁଟି ସମ୍ମିଳନୀ କକ୍ଷରେ ଅନେକ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ରହିଛନ୍ତି । କ୍ରସ୍ ଭୋଟିଂ କରି ନିଲମ୍ବିତ ହୋଇଥିବା କିଛି ନେତାମାନେ ମଧ୍ୟ ସାମିଲ ହେବେ ବୋଲି ଆଶା କରାଯାଉଛି । ସେପଟେ ବିଧାନସଭାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପସ୍ଥିତ ରହିଥିଲେ ବାଚସ୍ପତି ସୁରମା ପାଢ଼ୀ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ଅନ୍ୟ ସରକାରୀ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ବିଜୁ ବାବୁଙ୍କ ବୀରତ୍ବର ଗାଥା ସମସ୍ତେ ବଖାଣିଛନ୍ତି । ବିଜୁ ପଟ୍ଟନାୟକଙ୍କ ସାହସ ଓ ଓଡ଼ିଶା ଲୋକମାନଙ୍କ ପ୍ରତି ତାଙ୍କର ଅବଦାନ ବିଷୟରେ ବଖାଣିଛନ୍ତି । କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ବିଜୁ ବାବୁଙ୍କୁ ସମ୍ମାନ ଦିଆଯାଉଛି । ଆଜି ସମସ୍ତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି ।