ଆଗାମୀ ୩ ଦିନ ଆହୁରି ଅସହ୍ୟ ହେବ ଖରା ଗରମ, ଘରୁ ନବାହାରିବାକୁ ପରାମର୍ଶ !

ଭୁବନେଶ୍ୱର,୧୯/୦୫: ଡହଡ଼ହ ଖରା ଗରମରେ ସିଝୁଛି ସାରା ଓଡ଼ିଶା । ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛନ୍ତି ଲୋକ । ସକାଳୁ ସକାଳୁ ଅହସ୍ୟ ହେଇ ପଡ଼ୁଛି ତାତି । ସକାଳ ୯ଟା ବେଳକୁ ବି ଗରମ, ଗୁଳୁଗୁଳିରେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ଆଜି ମଧ୍ୟ ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ୪୩.୪ ଡିଗ୍ରି ତାପମାତ୍ରା ଅନୁଭୂତ ହୋଇଥିଲା । ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ରେକର୍ଡ ହୋଇଥିଲା । ତେବେ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୩ ଦିନ ଆହୁରି ଅସହ୍ୟ ହେବ ଖରା ଗରମ । ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିବା ନେଇ ଆକଳନ କରାଯାଇଛି । ଖରା ଗରମକୁ ଦୃଷ୍ଟିରେ ରଖି ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *