ନୂଆଦିଲ୍ଲୀ: ସରିଲା ପ୍ରଚାର । ଆସନ୍ତାକାଲି ତିନି ରାଜ୍ୟରେ ପଡ଼ିବ ଭୋଟ । କାଲି ଆସାମ, କେରଳ, ପୁଡୁଚେରୀରେ ଭୋଟ ଗ୍ରହଣ ହେବ । ଏହି ତିନି ବିଧାନସଭା ନିର୍ବାଚନ ପାଇଁ ସାର୍ବଜନିକ ପ୍ରଚାର ଗତକାଲି ଶେଷ ହୋଇଛି । ତିନି ରାଜ୍ୟବାସୀନ୍ଦା ଆସନ୍ତାକାଲି ଭୋଟ ଦେବେ । ଗୁରୁବାର ଆସାମ୍ର ୧୨୬ ଆସନ, କେରଳର ୧୪୦ ଆସନ ଏବଂ ପୁଡୁଚେରୀର ୩୦ ଆସନରେ ଏକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଆସାମରେ ବିଜେପି ପୁଣି ସରକାର ଗଢିବା ସହ ୯୦ରୁ ୧୦୦ ଆସନ ଜିତିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । କେରଳରେ ଏଥର କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ଏବଂ ଏଲଡିଏଫ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ମେ ୪ ତାରିଖରେ ଏହି ଦୁଇ ରାଜ୍ୟ ଓ ପୁଡୁଚେରୀରେ ଭୋଟ ଗଣନା ହେବ ସହ ଫଳାଫଳ ପ୍ରକାଶ ପାଇବ । ଏହି ଦୁଇଟି ରାଜ୍ୟ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ବିଜେପି ଓ କଂଗ୍ରେସ ଓ ସିପିଏମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ୍ ଏକାଧିକ ଜନସଭା କରିଛନ୍ତି ।