ୟୁପିଆଇକୁ ନେଇ ବଡ଼ ସୂଚନା, ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟରେ ଲାଗିବ ଶୁଳ୍କ

ଭୁବନେଶ୍ୱର,୧୫/୦୯: ୟୁପିଆଇକୁ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ପର୍ସନ ଟୁ ପର୍ସନ ବା ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ନେଣଦେଣ ପାଇଁ ଲାଗିବନି ଶୁଳ୍କ। ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ଲାଗିବନି ଶୁଳ୍କ । ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟରେ ଲାଗିବ ୦.୪ ପ୍ରତିଶତ ଏମ୍‌ଡିଆର୍‌ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ । ୭୫ ହଜାରରୁ ଅଧିକ ଟଙ୍କାର କାରବାର ପାଇଁ ୩ଶହ ଟଙ୍କା ଶୁଳ୍କ ଲାଗିବ । ଏଥିସହ ରେଳ, ଟେଲିକମ୍, ବୀମା, ଇନ୍ଧନ ଆଦି ପାଇଁ ଲାଗିବ ୫ ଟଙ୍କା ଲେଖାଏଁ ଶୁଳ୍କ । ଅକ୍ଟୋବର ୧୫ରୁ ଲାଗୁ ହେବ ଏହି ନୂଆ ୟୁପିଆଇ ନିୟମ ।

ବ୍ୟବସାୟୀଙ୍କ ପାଖରେ ୨ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ମଧ୍ୟ ମାଗଣା ରହିବ।  ଗ୍ରାହକଙ୍କୁ ୟୁପିଆଇ ପେମେଣ୍ଟ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଛୋଟ ଦୋକାନ, ଉଠା ଦୋକାନୀମାନଙ୍କୁ ବି ମିଳିବ ଆଶ୍ୱସ୍ତି। ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାର ଶୁଳ୍କମୁକ୍ତ ରହିବ।

Leave a Reply

Your email address will not be published. Required fields are marked *