ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂହଙ୍କ ମୁକ୍ତି ଆବେଦନ ଖାରଜ

ନୂଆଦିଲ୍ଲୀ,୧୫/୦୯: ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂହଙ୍କ ମୁକ୍ତି ଆବେଦନ ଖାରଜ ହୋଇଛି। ଓଡ଼ିଶାର State Sentence Review Board ତାଙ୍କର ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛନ୍ତି। ସମାଜ ଉପରେ ଏହାର ପ୍ରଭାବ ପଡ଼ିବା ସହ ଆଗକୁ ସାମ୍ପ୍ରଦାୟିକ ଅଶାନ୍ତିର ଆଶଙ୍କା ଥିବା ଦର୍ଶାଇଛି ବୋର୍ଡ।

ସୂଚନାଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଅଛି। ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ଗାଡ଼ି ଭିତରେ ଶୋଇଥିବା ବେଳେ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦାରା ସିଂହଙ୍କୁ ମୁଖ୍ୟ ଦୋଷୀ ଭାବେ ଦଣ୍ଡିତ କରାଯାଇଥିଲା। ୨୦୦୩ରେ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ CBI କୋର୍ଟ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।

Leave a Reply

Your email address will not be published. Required fields are marked *