ମାସିକ ୨୧,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ସମସ୍ତ କର୍ମଚାରୀଙ୍କୁ ମିଳିବ ବୋନସ୍‌

ଭୁବନେଶ୍ୱର,୦୮/୦୯: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦୁଇଟି ନୂଆ ବିଜ୍ଞପ୍ତି ଜାରି କରାଯାଇଛି । ନୂଆ ନିୟମ ଅନୁଯାୟୀ, ଏବେ ମାସିକ ୨୧,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ସମସ୍ତ କର୍ମଚାରୀଙ୍କୁ ବୋନସ୍‌ର ଲାଭ ମିଳିବ । ନିୟୋକ୍ତା ବା କମ୍ପାନି ମାଲିକଙ୍କ ପାଇଁ ଏହି ବୋନସ୍‌ ଦେବା ବାଧ୍ୟତାମୂଳକ କରାଯାଇଛି । ତେବେ ଯେଉଁ କର୍ମଚାରୀଙ୍କ ଦରମା ୨୧,୦୦୦ ଟଙ୍କାରୁ ଅଧିକ, ସେମାନଙ୍କ କ୍ଷେତ୍ରରେ ଏହି ବୋନସ୍‌ ବାଧ୍ୟତାମୂଳକ ନୁହେଁ ।’ୱେଜ୍‌ କୋଡ୍‌ ୨୦୧୯’ ଅନୁଯାୟୀ, ବୋନସ୍ ପାଇବା ପାଇଁ ଜଣେ କର୍ମଚାରୀଙ୍କୁ ବର୍ଷକୁ ଅତିକମରେ ୩୦ ଦିନ କାମ କରିବା ଆବଶ୍ୟକ। ଯୋଗ୍ୟ କର୍ମଚାରୀଙ୍କୁ ସର୍ବନିମ୍ନ ୮.୩୩ ପ୍ରତିଶତରୁ ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ବୋନସ୍‌ ମିଳିବ। ଏହି ବୋନସ୍‌ର ଗଣନା ମାସିକ ୭,୦୦୦ ଟଙ୍କା କିମ୍ବା ସମ୍ପୃକ୍ତ ରାଜ୍ୟର ସର୍ବନିମ୍ନ ମଜୁରୀ ଆଧାରରେ କରାଯିବ ।

 

Leave a Reply

Your email address will not be published. Required fields are marked *