ଭୁବନେଶ୍ୱର,୦୮/୦୯: ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ଆସିଲା ବଡ଼ ଖବର । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ଜମି ଦଖଲରେ ରହିଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଆସିବ ସେଟଲମେଣ୍ଟ ସୁଯୋଗ । ୨୦୦୭ ପୂର୍ବରୁ ଜମି ଦଖଲରେ ଥିଲେ ନିୟମ ଅନୁସାରେ ସେଟଲମେଣ୍ଟ କରିହେବ । ଏଥିପାଇଁ ଖୁବଶୀଘ୍ର ଅନଲାଇନ୍ ପୋର୍ଟାଲ ଆରମ୍ଭ କରାଯିବ । ଆବେଦନକାରୀଙ୍କୁ ପୋର୍ଟାଲ ଜରିଆରେ ଆବେଦନ କରିବାକୁ ପଡ଼ିବ । ଏଥିସହ ଜମି ରେକର୍ଡ, ରେଜିଷ୍ଟର୍ଡ ଡିଡ୍, ଭଡ଼ା ରସିଦ, ଆବଶ୍ୟକ ହେଲେ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ ଏବଂ ଭୋଗଦଖଲ ସମ୍ପର୍କିତ ଦଲିଲ ଦେବାକୁ ହେବ । ଆବେଦନ ସମୟରେ ୧ ହଜାର ଟଙ୍କାର ନନ୍-ରିଫଣ୍ଡେବଲ୍ ଫି ରହିବ । ଆବେଦନ ପରେ ୭ ଦିନ ମଧ୍ୟରେ ନୋଡାଲ ଅଫିସର ପ୍ରାଥମିକ ଯାଞ୍ଚ କରିବେ । ଏହାପରେ ତହସିଲଦାରଙ୍କ ଦ୍ୱାରା ଫିଲ୍ଡ ଇନକ୍ୱାରି କରାଯିବ । ଜମିର ସାଇଟ୍ ଭିଜିଟ୍, ସ୍କେଡ୍ୟୁଲ୍ ଓ ଟ୍ରେସ୍ ମ୍ୟାପ୍, ସାବିକ-ହାଲ୍ ତୁଳନା, ଭୋଗଦଖଲ ଓ ଟାଇଟଲ୍ ସହ ଅନ୍ୟାନ୍ୟ ଦଲିଲ ଯାଞ୍ଚ ହେବ । ତହସିଲଦାର ୩୦ ଦିନ ମଧ୍ୟରେ ରିପୋର୍ଟ ଦେବେ । ପରେ ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ କମିଟି ରିପୋର୍ଟ ଯାଞ୍ଚ କରିବ । ଏହାପରେ ଶ୍ରୀଜଗନ୍ନାଥ ଟେମ୍ପଲ୍ ମ୍ୟାନେଜିଂ କମିଟିର NOC ଆବଶ୍ୟକ ହେବ ।