ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ ସମୟରେ ୨୪ଟି ପ୍ରକଳ୍ପ ପାଇଁ ଏମ୍‌ଓୟୁ ସ୍ୱାକ୍ଷର, ସୃଷ୍ଟି ହେବ ୮ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ,୧୩/୦୯: ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି। ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ ସମୟରେ ମୋଟ ୨ ଲକ୍ଷ ୪୩ ହଜାର ୬୨ କୋଟି ଟଙ୍କାର ନିବେଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମୋଟ ୨୪ଟି ପ୍ରକଳ୍ପ ପାଇଁ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିବା ବେଳେ, ଏହି ପୁଞ୍ଜିନିବେଶ ଦ୍ୱାରା  ପ୍ରାୟ ୮ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି । ସେ ଗସ୍ତ ସମୟରେ ବିଭିନ୍ନ ଶିଳ୍ପପତି ଓ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା ସହ ରାଉଣ୍ଡ ଟେବୁଲ ବୈଠକ ହୋଇଥିଲା । ଇନଭେଷ୍ଟର୍ସ ମିଟ୍ ଜରିଆରେ ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶକୁ ନୂଆ ଗତି ମିଳିବ ବୋଲି କୁହାଯାଇଛି । ଏହି ପ୍ରକଳ୍ପଗୁଡ଼ିକର ଗ୍ରାଉଣ୍ଡ ବ୍ରେକିଙ୍ଗ୍‌ ବା ଭୂମିପୂଜା ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *