ରାଜ୍ୟ କ୍ୟାବିନେଟରେ ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର,୨୩/୦୪: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି । କାଠଯୋଡ଼ି ନଦୀ ଉପରେ ତିଆରି ହେବ ନୂଆ ବ୍ରିଜ୍ । ଏହା ତ୍ରିଶୁଳିଆ ଛକରୁ ଜୁଡିସିଆଲ ଏକାଡେମି ଛକକୁ ଯୋଡ଼ିବ । ୧୫୮ କୋଟି ୮୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମୋହର ମାରିଛନ୍ତି ରାଜ୍ୟ ସରକାର । ତିନି ବର୍ଷ ମଧ୍ୟରେ ତିଆରି ହେବ ବ୍ରିଜ୍ । ଓଡ଼ିଶା ରାଜ୍ୟ ଡାଟା ନୀତି ୨.୦କୁ ଅନୁମୋଦନ ମିଳିଛି । ସୁଦୃଢ଼ ଡାଟା ଗଭର୍ଣ୍ଣାନ୍ସ ଫ୍ରେମଓ୍ୱାର୍କ ସଂସ୍ଥାଗତ ହେବ । ଏଥିସହ ବଲାଙ୍ଗୀର ଜିଲ୍ଲାରେ ହେବ ଅତ୍ୟାଧୁନିକ ସୂତା ଉତ୍ପାଦନ ୟୁନିଟ୍ । ଅମ୍ବିକା କଟ୍‌ସ୍ପିନର ସ୍ପିନିଂ ୟୁନିଟ୍‌ ସ୍ଥାପନ ପ୍ରସ୍ତାବକୁ ମୋହର ମାରିଛନ୍ତି ରାଜ୍ୟ ସରକାର । ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ କ୍ୟାବିନେଟ୍‌ ମୋହର ମାରିଛନ୍ତି । ପିଏନ୍‌ଜି ଓ ସିଏନଜି ଭିତ୍ତିଭୂମି ସମ୍ପ୍ରସାରଣ ତ୍ୱରାନ୍ୱିତ ହେବ । ପିଏନ୍‌ଜି ଓ ସିଏନ୍‌ଜି ଭିତ୍ତିଭୂମି ସ୍ପଷ୍ଟ ଓ ଦକ୍ଷ କାର୍ଯ୍ୟ ଖସଡ଼ା ହେବ । ବିଭିନ୍ନ ବିଭାଗୀୟ ଅନୁମତି ପ୍ରକ୍ରିୟାକୁ ସହଜ କରିବ । ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବା ଲକ୍ଷ୍ୟ ରଖାଯାଇଛି ।