ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ, ଭୋଟ୍ ଦେଇ ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା

ନୂଆଦିଲ୍ଲୀ,୨୩/୦୪: ତାମିଲନାଡୁରେ ଆଜି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ । ଭୋଟ୍ ଦେଇ ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା । ଏଆଇଡିଏମକେ ଓ ବିଜେପି ମେଣ୍ଟରେ ନିର୍ବାଚନ ଲଢୁଥିବା ବେଳେ ଶାସକ ଦଳ ଡିଏମକେ ଓ କଂଗ୍ରେସ ମେଣ୍ଟରେ ମଇଦାନରେ ଅଛନ୍ତି । ଏଥିସହ ଅଭିନେତା ବିଜୟଙ୍କ ପାର୍ଟି ଟିଭିକେ ମଧ୍ୟ ସମସ୍ତ ୨୩୪ଟି ଆସନରେ ପ୍ରାର୍ଥି ଦେଇଛନ୍ତି। ମୋଟ୍ ଆସନରେ ୪ ହଜାରରୁ ଅଧିକ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ତାମିଲନାଡୁରେ ୫ କୋଟିରୁ ଅଧିକ ଭୋଟର ଭୋଟ ଦେବେ । କିଛି କିଛି ଆସନରେ କଂଗ୍ରେସ ଓ ବିଜେପିର ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ କୋଲାଥୁର ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଚେପୁକ୍ ଥିରୁଭାଲିକେନି ଆସନରୁ ଲଢୁଛନ୍ତି । ୨୦୧୧ରୁ ଷ୍ଟାଲିନ କୋଲାଥୁର ଆସନରୁ ନିର୍ବାଚନ ଲଢୁଛନ୍ତି । ସେହିଭଳି ଅଭିନେତା ବିଜୟ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ତିରୁଚିରାପାଲ୍ଲୀ ଇଷ୍ଟ ଏବଂ ପେରାମବୁର ଆସନରୁ ନିର୍ବାଚନ ଲଢୁଛନ୍ତି । ତାମିଲନାଡୁ ବିଧାନସଭାରେ ୨୩୪ଟି ଆସନ ରହିଛି । ଗତ ନିର୍ବାଚନରେ ଏଠାରେ ଡିଏମ୍‌କେ ୧୩୩ଟି ଆସନ ଜିତି କଂଗ୍ରେସ ଓ ଅନ୍ୟ କିଛି ଦଳ ସହ ମିଶି ସରକାର ଗଠନ କରିଥିଲା । ଅନ୍ୟପକ୍ଷରେ ଏଆଇଏଡିଏମ୍‌କେ ୬୦, ବିଜେପି ୪ ଓ ପିଏମ୍‌କେ ୩ଟି ଆସନ ଜିତିଥିଲେ ।