ଭୁବନେଶ୍ୱର,୨୭/୦୩: ଆଜି ପୁରୀ ଶ୍ରୀମନ୍ଦିରରେ ୫ ଘଣ୍ଟା ଜଗା ଦର୍ଶନ ବନ୍ଦ । ରାମଜନ୍ମ ନୀତି ପାଇଁ ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ଶ୍ରୀରାମ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ପବିତ୍ର ଶ୍ରୀରାମନବମୀ । ଆଜିର ଦିନ କ୍ୟାଲେଣ୍ଡରର ଏକ ତାରିଖ ମାତ୍ର ନୁହେଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ଜନ୍ମଦିନ । ପୁରାଣ, ଶାସ୍ତ୍ର ଅନୁସାରେ ଶ୍ରୀରାମନବମୀ କେବଳ ବ୍ରତ, ପୂଜାପାଠ ଓ ଉପାସନାର ଦିନ ନୁହେଁ । ବରଂ ନିଜ ଜୀବନରେ ଥିବା ଅନ୍ଧକାରକୁ ଦୁରେଇ ରାମଙ୍କ ଆଦର୍ଶକୁ ଜୀବନଚର୍ଯ୍ୟାରେ ସାମିଲ କରିବାଦିନ ।