ନୂଆଦିଲ୍ଲୀ,୨୭/୦୩: ଆମେରିକାରେ ୧୬୫ ବର୍ଷର ଇତିହାସ ଭାଙ୍ଗିଛି। ଫେଡେରାଲ ମୁଦ୍ରାରୁ ଆମେରିକାର କୋଷାଧ୍ୟକ୍ଷଙ୍କ ଦସ୍ତଖତକୁ ହଟାଇ ଦିଆଯାଇଛି। ଆମେରିକାର ପେପର୍ କରେନ୍ସି ଖୁବଶୀଘ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦସ୍ତଖତ ବହନ କରିବ ବୋଲି ଗୁରୁବାର ଟ୍ରେଜେରୀ ବିଭାଗ ଘୋଷଣା କରିଛି। ଆମେରିକୀୟ ସ୍ୱାଧୀନତାର ୨୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭାଗ ସମସ୍ତ ନୂତନ ଆମେରିକୀୟ ପେପର ନୋଟ୍ରେ ରାଷ୍ଟ୍ରପତିଙ୍କ ଦସ୍ତଖତ ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି। ୧୮୬୧ ମସିହାଠାରୁ ଫେଡେରାଲ୍ ମୁଦ୍ରାରେ ଆମେରିକାର କୋଷାଧ୍ୟକ୍ଷଙ୍କ ଦସ୍ତଖତ ରହିଆସୁଥିଲା। ଟ୍ରେଜେରୀ ଅନୁଯାୟୀ, ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟଙ୍କ ସହିତ ଟ୍ରମ୍ପଙ୍କ ସ୍ୱାକ୍ଷର ବିଶିଷ୍ଟ ପ୍ରଥମ ୧୦୦ ଡଲାର ବିଲ୍ ଜୁନ୍ ମାସରେ ମୁଦ୍ରିତ ହେବ, ଆଗାମୀ ମାସଗୁଡ଼ିକରେ ଅନ୍ୟାନ୍ୟ ପେପର ନୋଟ୍ଗୁଡ଼ିକ ମଧ୍ୟ ମୁଦ୍ରିତ ହେବ।