ବ୍ରେକ୍‌ଫାଷ୍ଟ ମିଟିଂ ପରେ ସିଦ୍ଦରମୈୟାଙ୍କ ବଡ଼ ବୟାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା !

ନୂଆଦିଲ୍ଲୀ,୨୮/୦୫: ଶିବକୁମାରଙ୍କ ସହ ବ୍ରେକ୍‌ଫାଷ୍ଟ ମିଟିଂରୁ ବାହାରିବା ପରେ ପ୍ରଥମେ ଏକ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ମୁଁ ଏବେ ଇସ୍ତଫା ଦେବାକୁ ଯାଉଛି। ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେବେ ସିଦ୍ଦରମୈୟା । ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ବୟାନ ରଖିବେ। କର୍ଣ୍ଣାଟକ ରାଜନୀତିରେ ହେଉଛି ପଟ୍ଟପରିବର୍ତ୍ତନ । କଂଗ୍ରେସ ସରକାରରେ ଏବେ ବଦଳିବେ ମୁଖ୍ୟମନ୍ତ୍ରୀ। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ସିଦ୍ଧରମୈୟା। ଏବେ ଡିକେ ଶିବକୁମାର ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଘରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଆବାସରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। ଦୁହେଁ ଏକାଠି ଜଳଖିଆ ଖାଇବା ସହ କଥାବର୍ତ୍ତା କରିଥିଲେ। ଏପରିକି ସିଦ୍ଦରମୈୟାଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ଆଲିଙ୍ଗିନ କରିଥିଲେ ଡିକେ ଶିବକୁମାର। ସକାଳେ ନିଜ ବାସଭବନରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ‘ବ୍ରେକଫାଷ୍ଟ ମିଟିଂ’ ଡକାଇଥିଲେ ମୁଖ୍ୟମନ୍ତ୍ରୀ। ସିଦ୍ଦରମୈୟାଙ୍କୁ ଟପ୍ ପୋଷ୍ଟରୁ ହଟାଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ସିଏମ କରିବାକୁ ଯୋଜନା ହୋଇଛି।

Leave a Reply

Your email address will not be published. Required fields are marked *