ଦୁଇ ସେବାୟତ ମଧ୍ୟରେ ବିବାଦ, ପୁଣି ଓପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୦୬/୦୪: ପୁଣି ଓପାସରେ ପ୍ରଭୁ ଲିଙ୍ଗରାଜ । ଦୁଇ ସେବାୟତ ମଧ୍ୟରେ କନ୍ଦଳ ହୋଇଥିବାରୁ ନୀତିକାନ୍ତି ବନ୍ଦ ଥିବା ସୂଚନା ମିଳିଛି । ସାହାଣ ମେଲା ପରଠାରୁ ନୀତିକାନ୍ତି ବନ୍ଦ କରାଯାଇଛି । ଏହାସହ ସେବାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାନୁଯାୟୀ ସାହାଣ ମେଲା ପରଠାରୁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ପ୍ରଭୁ ଲିଙ୍ଗରାଜଙ୍କୁ ଘୋଡାଇ ରଖିଥିବା ରୂପା ଘୋଡ଼କୁ ଜଣେ ସେବାୟତ କାଢ଼ି ନେବା ଘଟଣାରୁ ଉପୁଜିଥିଲା ବିବାଦ । ଏହି ବିବାଦ ତୀବ୍ର ରୂପ ନେଇଥିଲା ଓ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଏହାର ପ୍ରଭାବରେ ମନ୍ଦିରର ସମସ୍ତ ନୀତିକାନ୍ତି ବନ୍ଦ ହୋଇଯାଇଛି ।