ରାଜ୍ୟସଭାରେ ଶପଥ ନେଲେ ନବନିର୍ବାଚିତ ଓଡ଼ିଆ ସାଂସଦ

ନୂଆଦିଲ୍ଲୀ, ୦୬/୦୪: ରାଜ୍ୟସଭାରେ ଶପଥ ନେଲେ ଓଡ଼ିଆ ସାଂସଦ । ନବନିର୍ବାଚିତ ୩ ଓଡ଼ିଆ ସାଂସଦ ଆଜି ଶପଥ ନେଇଛନ୍ତି । ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର ଆଜି ସଂସଦର ଉଚ୍ଚ ସଦନରେ ଶପଥ ନେଇଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏପ୍ରିଲ ୯ ତାରିଖରେ ଆଉ ଜଣେ ସାଂସଦ ସୁଜିତ୍‌ କୁମାର ଶପଥ ଗ୍ରହଣ କରିବେ ।