ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି

ଭୁବନେଶ୍ୱର,୨୯/୦୫:  ପ୍ରଚଣ୍ଡ ଗରମରୁ ମିଳିବ ମୁକ୍ତି । ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି କରିଛି। ପ୍ରବଳ ବର୍ଷା ପରେ ବିଭିନ୍ନ ରାଜ୍ୟରେ ତାପମାତ୍ରା ୨ରୁ ୬ ଡିଗ୍ରି ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ବଜ୍ରପାତ ଏବଂ ଝଡ଼ ସମ୍ପର୍କରେ ପାଣିପାଗ ବିଭାଗ ମଧ୍ୟ ସତର୍କତା ଜାରି କରିଛି। IMD ଅନୁଯାୟୀ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ତେଣୁ, ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ଘରୁ ବାହାରକୁ ଯିବା ସମୟରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ପ୍ରବାହିତ ହେବାର ମଧ୍ୟ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *