ମେଟା ତାର ପ୍ରମୁଖ ପ୍ଲାଟଫର୍ମଗୁଡ଼ିକ ପାଇଁ ଘୋଷଣା କଲା ପେଡ୍ ସବସ୍କ୍ରିପ୍ସନ୍ ପ୍ଲାନ୍

ନୂଆଦିଲ୍ଲୀ,୨୯/୦୫: ଏବେ ମେଟା ତାର ପ୍ରମୁଖ ପ୍ଲାଟଫର୍ମଗୁଡ଼ିକ ପାଇଁ ପେଡ୍ ସବସ୍କ୍ରିପ୍ସନ୍ ପ୍ଲାନ୍ ଘୋଷଣା କରିଛି । ଏଣିକି ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ସମସ୍ତ ପ୍ରିମିୟମ୍ ସୁବିଧା ଆଉ ମାଗଣାରେ ମିଳିବ ନାହିଁ । ବିଜ୍ଞାପନ ଉପରେ ସମ୍ପୂର୍ଣ୍ଣ ନିର୍ଭର ଥିବା ନିଜର ପୁରୁଣା ବିଜନେସ୍ ମଡେଲ୍‌କୁ ବଦଳାଇ ମେଟା ଏବେ ‘ପ୍ଲସ ପ୍ଲାନ୍’ ଆଣିବାକୁ ଯୋଜନା କରିଛି । ମେଟାର ହେଡ୍ ଅଫ୍ ପ୍ରଡକ୍ଟ, ନାଓମି ଗ୍ଲେଇଟ୍ ଇନଷ୍ଟାଗ୍ରାମରେ ଏକ ସ୍ୱତନ୍ତ୍ର ଭିଡିଓ ଜାରି କରି ଏହି ନୂତନ ‘ଇନଷ୍ଟାଗ୍ରାମ ପ୍ଲସ’, ‘ଫେସବୁକ୍ ପ୍ଲସ’ ଏବଂ ‘ହ୍ୱାଟ୍ସଆପ୍ ପ୍ଲସ’ ପ୍ରିମିୟମ୍ ଯୋଜନାର ଶୁଭାରମ୍ଭ ସମ୍ପର୍କରେ ନିଶ୍ଚିତ କରିଛନ୍ତି ।ଏହି ନୂତନ ପେଡ୍ ପ୍ଲାନ୍ ଅଧୀନରେ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ୟୁଜର୍ସଙ୍କୁ ପ୍ରିମିୟମ୍ ସେବା ପାଇଁ ମାସକୁ ପ୍ରାୟ ୩୪୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ହ୍ୱାଟ୍ସଆପ୍ ପାଇଁ ମାସକୁ ପ୍ରାୟ ୨୫୫ ଟଙ୍କା ଚାର୍ଜ କରିବ ମେଟା । ଏହି ସବସ୍କ୍ରିପ୍ସନ୍ ଗ୍ରହଣ କଲେ ୟୁଜର୍ସଙ୍କୁ ଉନ୍ନତ ଆନାଲିଟିକ୍ସ, ‘ଷ୍ଟୋରୀ ରିୱାଚ୍ ଇନସାଇଟ୍ସ’ (Story Rewatch Insights), ପ୍ରୋଫାଇଲ୍ କଷ୍ଟମାଇଜେସନ୍ ଏବଂ ପୋଷ୍ଟ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଭଳି ଆଡଭାନ୍ସଡ୍ ଫିଚର୍ ମିଳିବ । ଏହାସହ ହ୍ୱାଟ୍ସଆପ୍ ପ୍ରିମିୟମ୍ ୟୁଜର୍ସଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟିକର୍ସ, କଷ୍ଟମ୍ ଥିମ୍ ଏବଂ ପର୍ସୋନାଲାଇଜ୍ଡ ରିଙ୍ଗଟୋନ୍ ଭଳି କେତେକ ଆକର୍ଷଣୀୟ ଟୁଲ୍ସ ମଧ୍ୟ ଉପଲବ୍ଧ ହେବ ।

 

Leave a Reply

Your email address will not be published. Required fields are marked *