ଛାତିଥରା ପୁଲୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ

ନୂଆଦିଲ୍ଲୀ,୨୧/୦୫: ଛାତିଥରା ପୁଲୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ । ଆତଙ୍କୀ ହମଲାର ମୁଖ୍ୟ ହମଜା ବୁରହାନକୁ ପିଓକେରେ କେହି ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିବା ସୂଚନା ମିଳିଛି । ମୁଜାଫରାବାଦରେ ଅନେକ ଦିନ ଆଶ୍ରୟ ନେଇଥିଲା ହମଜା ।  ୨୦୧୭ରେ ପୁଲୱାମାରୁ ପାକିସ୍ତାନ ପଳାଇ ଯାଇଥିଲା ହମଜା ବୁରହାନ । ସେ ପାକିସ୍ତାନରେ ଜଣେ ଶିକ୍ଷକ ଭାବରେ ନିଜକୁ ପରିଚୟ ଦେଇଥିଲା । ୨୦୧୯ରୁ ଅନେକ ଆତଙ୍କବାଦୀ ଘଟଣାରେ ଜଡ଼ିତ ଥିଲା। ସେଠାରେ ସେ ଅଲ୍ ବଦର ଆତଙ୍କୀ ସଂଗଠନରେ ଯୋଗ ଦେଇ ସକ୍ରିୟ ଆତଙ୍କବାଦରେ ସାମିଲ ହୋଇଥିଲା ।

Leave a Reply

Your email address will not be published. Required fields are marked *