ଭୁବନେଶ୍ୱର, ୧୮/୦୭: ଭାରତର ପ୍ରଥମ ବେସରକାରୀ ରକେଟ୍ ବିକ୍ରମ-୧ ସଫଳ ଭାବେ ଉତ୍କ୍ଷେପଣ ହୋଇଛି । ସମସ୍ତ ଶ୍ରୀହରିକୋଟାରୁ ମଧ୍ୟାନ ୧୨ଟା ୫ ମିନିଟରେ ଏହାର ସଫଳ ଉତକ୍ଷେପଣ ହୋଇଛି। ଆଜି ସକାଳ ସାଢେ୧୧ଟାରେ ଲଂଚ ହେବା ଥିଲା। କିଛି ତ୍ରୁଟି ଯୋଗୁ ୩୫ ମିନିଟ ବିଳମ୍ବରେ ଲଂଚ ହୋଇଥିଲା। ଘରୋଇ ସଂସ୍ଥା ସ୍କାଏରୁଟ ଏରୋସ୍ପେଶ ପକ୍ଷରୁ ଏହି ରକେଟ ଲଂଚ କରାଯାଇଛି । ମିଶନ ଆଗମନ ଜରିଆରେ ଉତକ୍ଷେପଣ କରାଯାଇଛି ।
ଭାରତର ପ୍ରଥମ ଘରୋଇ ବେସରକାରୀ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍କ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କାଏରୁଟ୍ ଏରୋସ୍ପେସ୍ର ଟିମ୍ ସହ କଥା ହୋଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିକ୍ରମ-୧’ର ସଫଳ ଉତ୍କ୍ଷେପଣ ଭାରତର ମହାକାଶ ଯାତ୍ରାରେ ଏକ ଐତିହାସିକ ମୁହୂର୍ତ୍ତ।