ଏଣିକି ଆୟୁଷ୍ମାନ କାର୍ଡ ଜରିଆରେ ମାଗଣା ଓ ଉନ୍ନତମାନର ଚିକିତ୍ସା ପାଇବେ କ୍ୟାନସର ରୋଗୀ

ଭୁବନେଶ୍ୱର,୧୮/୦୭: ଆଉ ଅର୍ଥ ଅଭାବରୁ ଅଧାରୁ ରହିବନି କ୍ୟାନସର ଚିକିତ୍ସା । ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ କର୍କଟ ରୋଗର ବ୍ୟୟବହୁଳ ଚିକିତ୍ସା କରିବା ଅନେକ ସମୟରେ ଅସମ୍ଭବ ହୋଇପଡ଼େ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏବେ ରାଜ୍ୟରେ ଆୟୁଷ୍ମାନ କାର୍ଡ ଜରିଆରେ କ୍ୟାନସର ରୋଗୀଙ୍କୁ ମାଗଣା ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ଯୋଜନାରେ କ୍ୟାନସର ଚିକିତ୍ସା ପାଇଁ ନୂଆ ୧୨୧ଟି ପ୍ୟାକେଜ୍ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଉପଲବ୍ଧ ସୁବିଧା ଅପେକ୍ଷା ଏହି ନୂଆ ପ୍ୟାକେଜ୍ ଗୁଡ଼ିକ କର୍କଟ ରୋଗୀଙ୍କ ପାଇଁ ଅଧିକ ସହାୟକ ହେବ। ଏଥିରେ କେମୋଥେରାପି, ରେଡିଓଥେରାପି ଠାରୁ ଆରମ୍ଭ କରି ବିଭିନ୍ନ ଜଟିଳ ଅସ୍ତ୍ରୋପଚାରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ରୋଗୀମାନେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ।

Leave a Reply

Your email address will not be published. Required fields are marked *