ବର୍ଷେ ଯାଏଁ କିଣନି ସୁନା, ଏପରି ଅପିଲ କାହିଁକି କଲେ ପ୍ରଧାନମନ୍ତ୍ରୀ ମୋଦି?

ଭୁବନେଶ୍ୱର,୧୧/୦୫: ବୈଦେଶିକ ମୁଦ୍ରା ସଞ୍ଚୟ ପାଇଁ ସୁନା, ଇନ୍ଧନ, ଖାଇବା ତେଲ, ସାର ଓ ବିଦେଶ ଯାତ୍ରା ଆଦି ବାବଦରେ ଖର୍ଚ୍ଚ କମ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ । ଆଉ ଏହା ପରେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । କିଛି ସ୍ଥାନରେ ପେଟ୍ରୋଲ ବିକ୍ରି କାଣ୍ଟଛାଣ୍ଟ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି ଅପିଲ୍‌କୁ ସ୍ୱାଗତ କରିବା ସହ ଏହାକୁ ସକାରାତ୍ମକ ଭାବେ ନେବା ଉଚିତ ବୋଲି ମତ ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ । ବର୍ଷେ ଯାଏଁ କିଣନି ସୁନା, ପେଟ୍ରୋଲ୍ ଡିଜେଲ୍ ସଞ୍ଚୟ କର, ଖାଇବା ତେଲ କମ୍ କର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲ୍ ପରେ ପ୍ରଭାବ । ପେଟ୍ରୋଲ ପମ୍ପରେ ଲାଗିଛି ନୋଟିସ୍ । ଦୁଇ ଚକିଆକୁ ସର୍ବାଧିକ ୨ଶହ ଟଙ୍କାର ଏବଂ ଚାରି ଚକିଆକୁ ମିଳିବ ୨ହଜାର ଟଙ୍କାର ପେଟ୍ରୋଲ । ତାଠୁ ଅଧିକ ନାହିଁ । ଚାହିଦା ତୁଳନାରେ ପର୍ଯ୍ୟାପ୍ତ ତୈଳ ଆସୁନଥିବାରୁ, ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ହର୍ମୁଜ୍ ସଂକଟ ଭିତରେ ଗତକାଲି ଦେଶବାସୀଙ୍କୁ ମୋଦୀ କରିଥିଲେ ବଡ଼ ଅପିଲ୍ । ସାଧାରଣ ପରିବହନ ଓ କାର୍‌ପୁଲିଂ ବ୍ୟବହାର କରି, ଆମଦାନୀ ହେଉଥିବା ଇନ୍ଧନ ଖର୍ଚ୍ଚ କମ୍ କରିବାକୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *