ପେଟ୍ରୋଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୩ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୧୬/୦୫: ପେଟ୍ରୋଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ଓ ବିମାନ ଇନ୍ଧନ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ଯଥାକ୍ରମେ ୧୬ ଟଙ୍କା ୫୦ ପଇସା ଓ ୧୬ ଟଙ୍କାକୁ ହ୍ରାସ କରାଯାଇଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ସଡ଼କ ଓ ଭିତ୍ତିଭୂମି ସେସ୍‌ ଆଦୌ ଆଦାୟ କରାଯିବ ନାହିଁ। ଦେଶ ଭିତରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ଶୁଳ୍କରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ। ମଧ୍ୟପ୍ରାଚ୍ୟ ସଂକଟ ପରେ ପ୍ରଥମ ଥର ପାଇଁ ପେ‌ଟ୍ରୋଲ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲିଟର ପିଛା ୩ ଟଙ୍କା ଲାଗୁ କରାଯାଇଛି। ପୂର୍ବରୁ ଡିଜେଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୨୩ ଟଙ୍କା ଥିଲା। କିନ୍ତୁ ତାହାକୁ ଏବେ ୧୬ ଟଙ୍କା ୫୦ ପଇସାକୁ ହ୍ରାସ କରାଯାଇଛି।

Leave a Reply

Your email address will not be published. Required fields are marked *