ଭୁବନେଶ୍ୱର,୧୬/୦୫: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଡିଆପଡ଼ା ଗାଁରେ ଅଘଟଣ ଘଟିଛି । ତରଭୁଜ ଖାଇବାରୁ ଜଣଙ୍କର ଜୀବନ ଚାଲିଯାଇଛି । ଏହାସହ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତେବେ ତରଭୁଜ ଖାଇବା ପରେ ଶୁକ୍ରବାର ରାତିରେ ଅସୁସ୍ଥ ହୋଇ ପଡିଥିଲେ । ଆକ୍ରାନ୍ତ ହୋଇଥିବା ପରିବାରର ସମସ୍ତ ସଦସ୍ୟ କଟକରେ ଅଛନ୍ତି ।