ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଓ ସୀମା ପୁନଃନିର୍ଦ୍ଧାଣ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ

ନୂଆଦିଲ୍ଲୀ, ୧୬/୦୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଓ ସୀମା ପୁନଃନିର୍ଦ୍ଧାଣ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିଛନ୍ତି । ଏହା ବିଧେୟକ ସଂସଦରେ ଉପସ୍ଥାପନ ହେବା ପରେ ଶାସକ ଦଳ ଓ ବିରୋଧୀ ସାଂସଦଙ୍କ ମଧ୍ୟରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ଦଳର ବିଧାୟକମାନେ ମହିଳା ସରକ୍ଷଣ ବିଲକୁ ସମର୍ଥନ କରିଥିଲେ ବି ଏହା ଉପଯୁକ୍ତ ସମୟ ନୁହେଁ ବୋଲି ଦାବି କରିଛନ୍ତି । ଏହାସହ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧୀଦଳର ସାଂସଦମାନେ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଏହା ଭିତରେ ଭୋଟିଂ ମାଧ୍ୟମରେ କେନ୍ଦ୍ର ସରକାର ଏହି ଦୁଇଟି ବିଧେୟକକୁ ପାରିତ କରିବାକୁ ଚେଷ୍ଟା କରିଥିଲେ । ଭୋଟିଂରେ ବିଧେୟକ ସମର୍ଥନରେ ୨୫୧ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୮୫ ଭୋଟ ପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି ଏନଡିଏ ମେଣ୍ଟର ୪୨ ଜଣ ସାଂସଦ ଏହି ଭୋଟିଂ ପ୍ରକ୍ରିୟାରେ ଭାଗ ନେଇନାହାଁନ୍ତି ।