ନୂଆଦିଲ୍ଲୀ: ଆଜି ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲର ପୁନର୍ଗଠନ କରାହୋଇଛି। ଏଥିରେ ବିଜେପି, କଂଗ୍ରେସ, ଏଆଇଏଡିଏମ୍କେ ଓ ବିଜେଡିର ଛଅ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ପୁନର୍ଗଠିତ କମିଟିରେ ବିଜେପିର ଦୀନେଶ ଶର୍ମା, ଏସ୍ ଫାଙ୍ଗନୋନ୍ କୋନ୍ୟାକ୍ ଓ ଘନଶ୍ୟାମ ତିୱାରୀ ରହିଛନ୍ତି। କଂଗ୍ରେସରୁ ଫୁଲୋ ଦେବୀ ନେତମ, ଏଆଇଏଡିଏମକେରୁ ଏମ୍ ଥାମ୍ବିଦୁରାଇ ଓ ବିଜେଡିର ସସ୍ମିତ ପାତ୍ର ପ୍ୟାନେଲରେ ଅଛନ୍ତି। ରାଜ୍ୟସଭା ମହାସଚିବ ପିସି ମୋଦୀ ଗୃହରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।