ନୂଆଦିଲ୍ଲୀ,୧୨/୦୫: ଆସନ୍ତା ୧୮ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଙ୍କ ପ୍ରଥମ ଓଡିଶା ଗ୍ରସ୍ତ ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ର ପ୍ରଶିକ୍ଷଣ ରେ ଯୋଗ ଦେବା କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଦାଧିକାରୀ , ଜିଲ୍ଲା ପଦାଧିକାରୀ , ମଣ୍ଡଳ ସଭାପତି, ମଣ୍ଡଳ ସାଧାରଣ ସମ୍ପାଦକ, ତଥା ଜିଲ୍ଲାର ପ୍ରମ୍ମୁଖ ନେତୃବୃନ୍ଦ ଯୋଗ ଦେବାକୁ କୁହାଯାଇଛି l