ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା

ନୂଆଦିଲ୍ଲୀ,୧୨/୦୫: ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ବଶର୍ମା। ସେ ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର। ହିମନ୍ତଙ୍କ ସହ ଶପଥ ନେଇଛନ୍ତି ୪ କ୍ୟାବିନେଟ ମନ୍ତ୍ରୀ। ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ। ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଶପଥ ସମାରୋହରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ସମାରୋହରେ ସାମିଲ ଥିଲେ । ହିମନ୍ତଙ୍କ ସହ ଶପଥ ନେଇଥିବା ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ହେଲେ ବିଜେପି ନେତା ରାମେଶ୍ବର ତେଲି, ଅଜନ୍ତା ନେଓଗ, ଏଜିପି ସଭାପତି ଅତୁଲ ବୋରା ଏବଂ ବିପିଏଫ ବିଧାୟକ ଚରଣ ବୋରୋ।

Leave a Reply

Your email address will not be published. Required fields are marked *