ଖୁବଶୀଘ୍ର ହେବ ନିଗମ ବୋର୍ଡ ଘୋଷଣା, ସରକାର ପୂର୍ତ୍ତିର ଦୁଇ ବର୍ଷ ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ: ମନମୋହନ ସାମଲ

ଭୁବନେଶ୍ବର:ଖୁବଶୀଘ୍ର ହେବ ନିଗମ ବୋର୍ଡ ଘୋଷଣା। ଜୁନ ୧୨ରେ ସରକାର ପୂର୍ତ୍ତିର ଦୁଇ ବର୍ଷ ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ।ନିଗମ ବୋର୍ଡର ଅଧ୍ୟକ୍ଷ ମଧ୍ୟ ନିଯୁକ୍ତି ହେବ। ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲନିଯୁକ୍ତି ଶେଷ ହୋଇଛି କେବଳ ଖୋର୍ଦ୍ଧା ଜିଲ୍ଲାରେ ବାକି ଅଛି। ତାହା ମଧ୍ୟ ଖୁବ୍ ଶୀଘ୍ର ହୋଇଯିବ।ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ରାଜ୍ୟ ସଭାପତି କହିଛନ୍ତି, କେନ୍ଦ୍ରର ନେତା ଏବଂ ଆମେ ବସି ଚିନ୍ତାକରିବୁ, ଯେତେବେଳେ ଲାଗିବ ସେତେବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବୁ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲୁ ସେଥିରୁ ୮୦ ପ୍ରତିଶତ କାମ କରି ସାରିଲୁଣି। ବାକି ଥିବା କାମ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ।