ଭୁବନେଶ୍ୱର,୧୦/୦୯: ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କୁ ଦିଆଯିବ ମ୍ୟୁଜିକ ଥେରାପି। ଚାପ ଗ୍ରସ୍ତ ଯୋଗୁଁ ଆଜି ସ୍ଥଗିତ ରହିଲା ଓରାଙ୍ଗଉଟାନଙ୍କ ନମୁନା ସଂଗ୍ରହ ପ୍ରକ୍ରିୟା। ୧୦ ଦିନ ପରେ ଷ୍ଟ୍ରେସ ଫ୍ରି ହେବା ପରେ ସେମାନଙ୍କର ନମୁନା ସଂଗ୍ରହ କରାଯିବ। ବଣମଣିଷମାନେ ଚାପରେ ଥିବାରୁ ନମୁନା ନେବାକୁ ମନା କଲା ସେଣ୍ଟର ଅଫ୍ ୱାଇଲ୍ଡ ଲାଇଫ୍ ହେଲଥ କମିଟି। ସେପଟେ ଓରାଙ୍ଗଉଟାନଙ୍କୁ ଭିସିରେ ଦେଖିବେ ମହୀଶୂର ଚିଡ଼ିଆଖାନାର ବିଶେଷଜ୍ଞ।
ଅନ୍ୟପଟେ ଓରାଙ୍ଗଉଟାନ୍ ପଛରେ ନିହାତି ଅନ୍ତର୍ଜାତୀୟ ଲିଙ୍କ୍ ଥିବ। ସୂଚନା ଦେଇଛନ୍ତି RCCF ପ୍ରକାଶ ଚନ୍ଦ୍ର ଗୋଗିନେନି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ଚାଲାଣ ହେଉଥିଲା। NHକୁ ଆଭଏଡ୍ କରି ଇଣ୍ଟେରିଅର ରାସ୍ତାରେ ଚାଲାଣ କରୁଥିଲେ। ଏନଏଚ୍ ରେ ଚେକିଂ କଡ଼ା ଥାଏ, କିନ୍ତୁ ଗାଁ ରାସ୍ତା ନିର୍ଜନ ଓ ଚେକିଂ ହୁଏନି। ତେଣୁ ସେମାନେ ଇଣ୍ଟେରିଅର ରାସ୍ତା ଦେଇ ଆସୁଥିଲେ। ବର୍ତ୍ତମାନ ସେହି ରୁଟର ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି। କାରଣ ଏହାକୁ ସ୍ଥାନୀୟ ଲୋକେ ଏଠାରେ ରଖିପାରିବେନି। WCCBର ୨ଟି ଟିମ୍ ଭୋପାଳ ଓ କୋଲକାତାରୁ ଆସି ତଦନ୍ତରେ ସହଯୋଗ କରୁଛନ୍ତି ବୋଲି RCCF କହିଛନ୍ତି।