ଦୁବାଇରେ ମୁଖ୍ୟମନ୍ତ୍ରୀ, ୟୁଏଇର ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କଲେ

ଭୁବନେଶ୍ୱର, ୧୦/୦୯: ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ପାଇଁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତର ଆଜି ଦୁବାଇରେ ୟୁଏଇର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ୟୁଏଇ କ୍ୟାବିନେଟ୍‌ ସଦସ୍ୟ ତଥା ଅର୍ଥ ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନସିଲ୍‌ ଅଫ୍‌ ଇଣ୍ଟରନ୍ୟାସନାଲ୍‌ ଇନଭେଷ୍ଟମେଣ୍ଟସ୍‌ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍‌ ତୌକ୍‌ ଅଲ୍‌ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ଅର୍ଥନୈତିକ ଏବଂ ନିବେଶ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ ଓଡ଼ିଶାରେ ନୂଆ ନିବେଶ ସୁଯୋଗ ସୃଷ୍ଟି ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନୁକୂଳ ବ୍ୟବସାୟିକ ପରିବେଶ, ସୁଦୃଢ଼ ଶିଳ୍ପ ଭିତ୍ତିଭୂମି ଏବଂ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ସମ୍ପର୍କରେ ୟୁଏଇ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏଥିସହ ୟୁଏଇର ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *