ନୂଆଦିଲ୍ଲୀ,୨୦/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଟ୍ରମ୍ପ ଫ୍ରାନ୍ସରେ G7 ଶିଖର ସମ୍ମିଳନୀରେ ଯୋଗଦେବେ। ଜୁନ୍ ୧୫-୧୭ରେ ହେବାକୁ ଥିବା ଏହି ବୈଠକ ଫ୍ରାନ୍ସର ଏଭିଆନ୍-ଲେସ୍-ବେନ୍ସରେ ଅନୁଷ୍ଠିତ ହେବ। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ G7 ଶିଖର ସମ୍ମିଳନୀରେ ନିମନ୍ତ୍ରଣ କରିଛନ୍ତି। ଏହା ୧୬ ମାସରୁ ଅଧିକ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇପାରେ।