ଭୁବନେଶ୍ୱର,୨୦/୦୫: ରବି ଧାନ ପଞ୍ଜିକରଣ ଦାବି ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ହଜାର ହଜାର ଚାଷୀ । କଳାହାଣ୍ଡି ଜିଲ୍ଲାରେ ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ ଦାବି ନେଇ ଚାଷୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ପ୍ରଶାସନର ଉଦାସୀନତା ପ୍ରତିବାଦରେ ଧର୍ମଗଡ଼, କୋକସରା ଏବଂ ଜୟପାଟଣା ବ୍ଲକର ହଜାର ହଜାର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।ଚଳିତ ବର୍ଷ ମେଗାଲିଫ୍ଟ କେନାଲ ମାଧ୍ୟମରେ ପ୍ରାୟ ୧୮ହଜାର ୮୮୫ ହେକ୍ଟର ଚାଷ ଜମିରେ ରବି ଧାନ ଚାଷ କରାଯାଇଛି । ଏହା ଉପରେ ଜିଲ୍ଲାର ୧୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ନିର୍ଭର କରୁଛନ୍ତି । ତେବେ ଧାନ ବିକ୍ରି ପାଇଁ ସରକାରୀ ସ୍ତରରେ ପଞ୍ଜିକରଣ ପ୍ରକ୍ରିୟା ସୁଗମ ହୋଇପାରି ନଥିବାରୁ ଚାଷୀମାନେ ନିଜର କଷ୍ଟ ଅର୍ଜିତ ଫସଲ ବିକ୍ରି କରିବା ନେଇ ଚିନ୍ତାରେ ପଡ଼ିଛନ୍ତି ।