ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ: ୫ ଆତଙ୍କବାଦୀ ନିପାତ, ବିପୁଳ ବିସ୍ଫୋରକ ଜବତ

ନୂଆଦିଲ୍ଲୀ, ୧୨/୦୪: ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧଖୋର ପରିସ୍ଥିତି ମଧ୍ୟରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଶତ୍ରୁପକ୍ଷର ବଡ଼ ଧରଣର ବିଧ୍ୱଂସକାରୀ ଯୋଜନାକୁ ଧୂଳିସାତ କରିଦେଇଛି । ଦକ୍ଷିଣ ଲେବାନନ୍‌ରୁ ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଶକ୍ତିଶାଳୀ ଆକ୍ରମଣରେ ଇସ୍ରାଏଲ୍ କେବଳ ରକେଟ୍ ଲଞ୍ଚରକୁ ନଷ୍ଟ କରିନାହିଁ, ବରଂ ଏକ ବିଶାଳ ବୋମା କାରଖାନାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି । ଦକ୍ଷିଣ ଲେବାନନର ଜ୍ୱେୟା ଅଞ୍ଚଳରେ ଇସ୍ରାଏଲ୍ ବାୟୁସେନା ଆକ୍ରମଣ ପାଇଁ ସଜ୍ଜିତ ରକେଟ୍ ଲଞ୍ଚରକୁ ଧ୍ୱଂସ କରିବା ସହ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ଅନ୍ୟପଟେ ପଶ୍ଚିମ ଉପକୂଳର ତୁଲକାରେମରେ କରାଯାଇଥିବା ଚଢ଼ାଉ ବାହିନୀକୁ ସ୍ତବ୍ଧ କରିଦେଇଛି, ଯେଉଁଠାରୁ ୨୦୦ରୁ ଅଧିକ ବୋମା ଓ ୫୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ଜବତ କରାଯାଇଛି । ସାଧାରଣ ନାଗରିକ ଓ ସୈନ୍ୟଙ୍କୁ ଟାର୍ଗେଟ୍ କରିବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ରକୁ ଇସ୍ରାଏଲ୍ ସମ୍ପୂର୍ଣ୍ଣ ଭାବେ ପଣ୍ଡ କରିଦେଇଛି ।